ଯୋଜନା ସମୂହ
  • ବିଶ୍ୱବ୍ୟାଙ୍କ୍‌ ସହାୟତା ଯୋଜନା World Bank Assistant Scheme
  • Modular Employable Skills
  • ଜାତୀୟ ଆପ୍ରେଣ୍ଟିସିପ୍‌ ଉତ୍ସାହ ଯୋଜନା Promotion Scheme
  • ଜାତୀୟ ଖାଦ୍ୟ ପ୍ରକ୍ରିୟାକରଣ ମିଶନ
  • ସୁଦକ୍ଷା ଯୋଜନା

ସୁଦକ୍ଷା ଯୋଜନା

ମହିଳା ସଶକ୍ତିକରଣ ଏବଂ ଯୁବା ମହିଳାଙ୍କୁ ବୈଷୟିକ ତଥା ଧନ୍ଦାମୂଳକ ତାଲିମ ଯୋଗେଇବା ଉଦ୍ଦେଶ୍ୟରେ ସରକାରଙ୍କ ତରଫରୁ “ସୁଦକ୍ଷା” ନାମକ ଏଜ ଯୋଜନା କାର୍ଯ୍ୟକାରୀ ହୋଇଛି, ଯାହାକି ବର୍ଷ ୨୦୧୭-୨୦୧୮ ଏବଂ ୨୦୧୮-୨୦୧୯ ରେ ଏଡ୍‌ମିଶନ ନେଇଥିବା ସମସ୍ତ ମହିଳା ପ୍ରଶିକ୍ଷାର୍ଥୀଙ୍କ ଲାଗି ପ୍ରଯୁଜ୍ୟ, ଯେଉଁଥିରେ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ |

ଏହି ଯୋଜନାରେ ନିମ୍ନଲିଖିତ ଅଂଶସମୂହ ଅନ୍ତର୍ଭୁକ୍ତ:

  • ସରକାରୀ ଆଇ.ଟି.ଆଇ. ମାନଙ୍କରେ ମହିଳା ପ୍ରଶିକ୍ଷାର୍ଥୀଙ୍କ ଏଡ୍‌ମିଶନ ଲାଗି କାର୍ଯ୍ୟାନ୍ୱୟନ
  • ପ୍ରଶିକ୍ଷଣ ସମୟରେ ରକ୍ଷଣାବେକ୍ଷଣ ଖର୍ଚ୍ଚ ସକାଶେ ଆର୍ଥିକ ସହାୟତା ପ୍ରଦାନ
  • ଆଇ.ଟି.ଆଇ ପରେ ପ୍ଲେସ୍‌ମେଣ୍ଟ ବା ଆପ୍ରେଣ୍ଟିସିପ୍‌ ତାଲିମ ସକାଶେ ଏକଥରିକା ଆର୍ଥିକ ସହାୟତା ପ୍ରଦାନ

ଏହି ଯୋଜନା ମୁତାବକ, ୨ବର୍ଷ ପାଇଁ ଟ.୫୦୦୦.୦୦ଙ୍କା ହିସାବରେ ଏଡ୍‌ମିଶନ ସମୟରେ ଦେବାକୁ ହେବ | ହଷ୍ଟେଲରେ ସ୍ଥାନ ପାଇବା ବାବଦକୁ ବାର୍ଷିକ ଟ.୧୫୦୦.୦୦ଙ୍କା, ମାସିକ ରକ୍ଷଣାବେକ୍ଷଣ ଖର୍ଚ୍ଚ ଲାଗି ହଷ୍ଟେଲ୍‌ରେ ରହିଥିବା ଛାତ୍ରୀଙ୍କୁ ବର୍ଷକୁ ଟ.୧୮୦୦୦.୦୦ଙ୍କା ତଥା ହଷ୍ଟେଲ୍‌ରେ ରହୁ ନଥିବା ଛାତ୍ରୀଙ୍କୁ ବର୍ଷକୁ ଟ୬୦୦୦.୦୦ ହିସାବରେ ସରକାରଙ୍କ ତରଫରୁ ସହାୟତା ରାଶି ପ୍ରଦାନ କରାଯାଇଥାଏ |

ଏହା ବ୍ୟତୀତ ଆଇ.ଟି.ଆଇ ପରବର୍ତ୍ତୀ ରାଜ୍ୟ ଭିତରେ ନିଯୁକ୍ତି ବା ଆପ୍ରେଣ୍ଟିସିପ୍‌ ତାଲିମ ଲାଗି ରକ୍ଷଣାବେକ୍ଷଣ ବାବଦକୁ ବାର୍ଷିକ ଟ.୧୨,୦୦୦.୦୦ଙ୍କା ଏବଂ ରାଜ୍ୟ ବାହାରେ ନିଯୁକ୍ତି ବା ଆପ୍ରେଣ୍ଟିସିପ୍‌ ତାଲିମ ଲାଗି ଟ.୧୮,୦୦୦.୦୦ଙ୍କା ତଥା ରାଜ୍ୟ ବାହାରେ ଚାକିରୀ କରିବାକୁ ବାଛିଥିବା ମହିଳା ପ୍ରଶିକ୍ଷାର୍ଥୀଙ୍କ ସକାଶେ ଏକ ମାସ ଲାଗି ମାସିକ ଟ.୫,୦୦୦.୦୦ଙ୍କା ହିସାବରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ |

Type in
Details available only for Indian languages
Settings
Help
Indian language typing help
View Detailed Help