ଆମ ଛାତ୍ରଛାତ୍ରୀଙ୍କ କୃତିତ୍ୱ

ଆଦର୍ଶ ସଫଳ ବ୍ୟକ୍ତିତ୍ୱ ସମୂହ
ବୁଦ୍ଧଦେବ ଭଂଜ
ବୁଦ୍ଧଦେବ ଭଂଜ | ଫିଟର୍‌

ପାଞ୍ଚ ସନ୍ତାନ ବିଶିଷ୍ଟ ତାଙ୍କ ପିତା ଜଣେ ସୁନାମଧନ୍ୟ ସଂଗୀତକାର ଥିଲେ | ସେ ନିଜ ପିତାଙ୍କର କନିଷ୍ଠତମ ସନ୍ତାନ ଅଟନ୍ତି | ୧୯୮୨ ରେ ସେ ଫିଟର୍‌ ଟ୍ରେଡ୍‌ ରେ ଆମ ଅନୁଷ୍ଠାନରୁ ଆଇ.ଟି.ଆଇ ପାସ୍‌ କରି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ର ସ୍ୱ-ରୋଜଗାର ଯୋଜନା ବଳରେ ଟ୨୫୦୦.୦୦ ଋଣ ଆଣି ନିଜର ଏକ ଫେବ୍ରିକେଶନ ୟୁନିଟ୍‌ ଆରମ୍ଭ କରିଥିଲେ | ବର୍ତ୍ତମାନ ଟ୨୦,୦୦,୦୦୦.୦୦ ବାର୍ଷିକ ଆୟଯୁକ୍ତ ତାଙ୍କର ସେହି ୟୁନିଟ୍‌ ରେ ୧୦-୧୨ ପରିବାର କାମ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି |

ନିଯୁକ୍ତିଦାତା ଙ୍କ ନାମ ଓ ଠିକଣା:ବୁଦ୍ଧଦେବ ଭଂଜ, GEETA ENGINEERING WORKS, Mob.-9437218201
ପଦବୀ:ମାଲିକ
ବର୍ଷ: ୧୯୮୨

ସୁନୀତା ପାତ୍ର
ସୁନୀତା ପାତ୍ର | ଇଲେକ୍ଟ୍ରୋନିକ ମେକାନିକ

ତାଙ୍କ ବାପା ଜଣେ କନିଷ୍ଠ କିରାଣୀ ଏବଂ ତାଙ୍କର ୩ ଝିଅ ଓ ଗୋଟିଏ ପୁଅ ଅଛନ୍ତି | ସେ ତାଙ୍କ ବାପା ମାଆଙ୍କର ଦ୍ୱିତୀୟ ସନ୍ତାନ | ସେ ୨୦୦୯ ରେ ଆମ ଅନୁଷ୍ଠାନରୁ ଇଲେକ୍ଟ୍ରୋନିକ ମେକାନିକ ଟ୍ରେଡ୍‌ରେ ପାସ୍‌ କରି ଏବେ OPTCL ରେ ସେମି ସ୍କିଲ୍ଡ୍‌ ଆସିଷ୍ଟେଣ୍ଟ ଭାବେ ମାସିକ ବେତନ ଟ ୧୭,୦୦୦ ପାଉଅଛନ୍ତି |

ନିଯୁକ୍ତିଦାତା ଙ୍କ ନାମ ଓ ଠିକଣା:ସୁନୀତା ପାତ୍ର, OPTCL
ପଦବୀ:Semi-Skilled Assistant
ବର୍ଷ: ୨୦୦୯

ଆଦିତ୍ୟ ପରିଡା
ଆଦିତ୍ୟ ପରିଡା | ଫିଟର୍‌

ତାଙ୍କ ବାପା ଜଣେ ରାଜମିସ୍ତ୍ରୀ ଏବଂ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି | ଆଦିତ୍ୟ ନିଜ ମଉସାଙ୍କର ଆର୍ଥିକ ସାହାଯ୍ୟରେ ୨୦୧୦ ରେ ଆମ ଅନୁଷ୍ଠାନରୁ ଫିଟର୍‌ ତ୍ରେଡ୍‌ରେ ଆଇ.ଟି.ଆଇ. ପାସ୍‌ କରି ଏବେ ଜି.ସି.ଏପ୍‌ (ଓର୍ଡେନ୍ସ), ଜବଲପୁରରେ ମାସିକ ଟ.୩୨,୦୦୦.୦୦ ବେତନ ରେ କାର୍ଯ୍ୟରତ |

ନିଯୁକ୍ତିଦାତା ଙ୍କ ନାମ ଓ ଠିକଣା:ଜି.ସି.ଏଫ୍‌., ଜବଲପୁର (ଓର୍ଡେନ୍ସ)
ବର୍ଷ: ୨୦୧୦

ସ୍ୱାଗତିକା ସେଠୀ
ସ୍ୱାଗତିକା ସେଠୀ | ଇଲେକ୍ଟ୍ରୋନିକ ମେକାନିକ

ତାଙ୍କ ବାପା ଏକ ଆଇ.ଟି.ଆଇ. ରେ ପ୍ରଶିକ୍ଷକରୂପେ ଅବସର ଗ୍ରହଣ କରିସାରିଛନ୍ତି | ସ୍ୱାଗତିକା ୨୦୦୬ ରେ ଇଲେକ୍ଟ୍ରୋନିକ ମେକାନିକ ଟ୍ରେଡ୍‌ରେ ଆମ ଅନୁଷ୍ଠାନରୁ ପାସ୍‌ କଲାପରେ ଏବେ ମାସିକ ଟ.୭,୦୦୦.୦୦ ଙ୍କା ବେତନରେ ଭଦ୍ରକସ୍ଥ SESCO ରେ JTT ଭାବେ କାମକରି ନିଜ ବାପାଙ୍କୁ ସାହାଯ୍ୟ କରୁଛନ୍ତି |

ନିଯୁକ୍ତିଦାତା ଙ୍କ ନାମ ଓ ଠିକଣା:SESCO Grid, ଭଦ୍ରକ
ପଦବୀ:JTT
ବର୍ଷ: ୨୦୦୬

ରାଜୁ ହେମ୍ବ୍ରମ
ରାଜୁ ହେମ୍ବ୍ରମ | ଫିଟର୍‌

ଜଣେ ଗରିବ ଚାଷୀର ୩ ପୁଅଙ୍କ ମଧ୍ୟରେ ସେ ହେଉଛନ୍ତି ବଡ ପୁଅ| ସେ ଫିଟର୍‌ ଟ୍ରେଡ୍‌ ରେ ଆମ ଅନୁଷ୍ଠାନରୁ ୨୦୧୦ ରେ ପାସ୍‌ କରି ଏବେ ମଧ୍ୟପ୍ରଦେଶ ର ଜବଲପୁରସ୍ଥ ଓର୍ଡେନ୍ସ ଫ୍ୟାକ୍ଟ୍ରି ରେ ମାସିକ ଟ.୩୨,୦୦୦.୦୦ ଙ୍କା ରେ କାର୍ଯ୍ୟରତ

ନିଯୁକ୍ତିଦାତା ଙ୍କ ନାମ ଓ ଠିକଣା:ଓର୍ଡେନ୍ସ ଫ୍ୟାକ୍ଟ୍ରି , ମଧ୍ୟପ୍ରଦେଶ ର ଜବଲପୁର
ବର୍ଷ: ୨୦୧୦

ମହେଶ୍ୱର ମଲ୍ଲିକ
ମହେଶ୍ୱର ମଲ୍ଲିକ | ଫିଟର୍‌

ସେ ୨୦୧୨-୨୦୧୪ ପର୍ଯ୍ୟନ୍ତ ଏହି ଅନୁଷ୍ଠାନରେ ଏକ ଫିଟର୍‌ ଟ୍ରେଡ୍‌ରେ ପ୍ରଶିକ୍ଷଣ ନେଲାପରେ ଏବେ ବାଙ୍ଗାଲୋର୍‌ସ୍ଥିତ ଏଟୋମିକ୍‌ ରିସର୍ଚ୍ଚ ସେଣ୍ଟର୍‌ ର ଆଣବିକ ଶକ୍ତି କ୍ଷେତ୍ରରେ ଏକ ଉଜ୍ଜ୍ୱଳ ଭବିଷ୍ୟସହ ଆକର୍ଷକ ଦରମା ପାଇ ଚାକିରୀ କରୁଛନ୍ତି |

ନିଯୁକ୍ତିଦାତା ଙ୍କ ନାମ ଓ ଠିକଣା:ଏଟୋମିକ୍‌ ରିସର୍ଚ୍ଚ ସେଣ୍ଟର୍‌, ବାଙ୍ଗାଲୋର
ବର୍ଷ: ୨୦୧୪

ସତ୍ୟବ୍ରତ ବେହେରା
ସତ୍ୟବ୍ରତ ବେହେରା | ଫିଟର୍‌

ସେ ଏହି ଅନୁଷ୍ଠାନରେ ୨୦୦୪-୨୦୦୬ ଯାଏଁ ଫିଟର ଟ୍ରେଡ୍‌ରେ ତାଲିମ ନେଲାପରେ ୨୦୦୬ ରେ ନାଲକୋ ରେ ଆପ୍ରେଣ୍ଟାଇସିପ୍‌ କରିଲେ ଏବଂ ସେହିଠାରେ ହିଁ ସେ ଭାଇଜାଗ୍‌ ଷ୍ଟିଲ୍‌ ପ୍ଲାଣ୍ଟରେ ନିଯୁକ୍ତି ସୁଯୋଗ ଲାଭ କଲେ| ବର୍ତ୍ତମାନ ସମୟରେ ମାସିକ ସେ ଟ.୪୦,୦୦୦.୦୦ ଙ୍କା ଆୟ କରିବା ସହ ନିଜ ପର ପିଢୀ ପାଇଁ ଜଣେ ସଫଳ ବ୍ୟକ୍ତିତ୍ୱ ହୋଇପାରିଛନ୍ତି ତଥା ସଠିକ ଦିଗରେ ଅଦମ୍ୟ ଉତ୍ସାହ ସହ କାମ କରିଲେ ଯେ ଦିନେ ସଫଳତା ମିଳିଥାଏ, ତାହା ପ୍ରମାଣିତ କରି ପାରିଛନ୍ତି |

ନିଯୁକ୍ତିଦାତା ଙ୍କ ନାମ ଓ ଠିକଣା:ଭାଇଜାଗ୍‌ ଷ୍ଟିଲ୍‌ ପ୍ଲାଣ୍ଟ୍‌, ଭାଇଜାଗ୍‌
ବର୍ଷ: ୨୦୦୬

Type in
Details available only for Indian languages
Settings
Help
Indian language typing help
View Detailed Help