ଆମ ଅଧ୍ୟକ୍ଷ

ବାର୍ତ୍ତା

ଟି.ଟି.ଆଇ. ତକତପୁର: ବୈଷୟିକ ତଥା ପାରମ୍ପରିକ ଶିକ୍ଷାର ଏକ ଉନ୍ନତ ସମ୍ମିଶ୍ରଣ

“ଜଣେ ପ୍ରକୃତ ନେତା ହିଁ ତୁମକୁ ପ୍ରେରିତ କରିପାରିଥାଏ, ଏକ ଅଦମ୍ୟ ଇଚ୍ଛା ହିଁ ତୁମକୁ କଳ୍ପନା କରେଇ ପାରିଥାଏ, ସଠିକ ମନୋଭାବ ଭରା ଏକ ଶୁଦ୍ଧ ମସ୍ତିଷ୍ମ ହିଁ କିଛି ଅଭିନବ କରିପାରିଥାଏ, ଏକ ଶୁଦ୍ଧ ଜ୍ଞାନ ହିଁ ତୁମକୁ କିଛି ଆବିଷ୍କାର କରିବାରେ ସାମର୍ଥ୍ୟ ଦେଇଥାଏ ତଥା ପ୍ରକୃତ ଦକ୍ଷତା ହିଁ ତାହାକୁ କାର୍ଯ୍ୟକ୍ଷମ କରେଇଥାଏ”.

ଏହି ବିଶ୍ୱାସର ସହିତ ମୁଁ ଆପଣ ସମସ୍ତଙ୍କୁ ବୈଷୟିକ ତାଲିମ ଅନୁଷ୍ଠାନ (ଟି.ଟି.ଆଇ), ତକତପୁରକୁ ସ୍ୱାଗତ ଜଣାଉଛି | ଗୋଟିଏ ସରକାରୀ ଅନୁଷ୍ଠାନ ଭାବେ ୧୯୫୭ ମସିହାରେ ଏହା ଓଡିଶାର ବାରିପଦାର ତକତପୁରଠାରେ ପ୍ରତିଷ୍ଠିତ ହୋଇଥିଲା | ଅତ୍ୟାଧୁନିକ ଭିତ୍ତିଭୂମୀ ତଥା ପ୍ରଶିକ୍ଷାର୍ଥୀଙ୍କୁ ସୃଜନତା ଏବଂ ଆବିଷ୍କାରଗତ ତାଲିମ ପ୍ରଦାନ ଲାଗି ସମର୍ପିତ ମାନବସମ୍ବଳର ଏକ ମଜବୁତ୍ ସମ୍ମିଶ୍ରଣ ହେତୁ ବିଗତ କିଛି ଦଶନ୍ଧିରେ ଏହି ଅନୁଷ୍ଠାନର କ୍ରମବିକାଶ ପରିଲକ୍ଷିତ ହୋଇଛି | ଏଠିକାର ଶାନ୍ତ ବାତାବରଣ ତଥା ଜ୍ଞାନ ଆହରଣ, ନିର୍ମାଣ ଓ ନିର୍ବାହନ ପାଇଁ ପ୍ରେରଣାଦାୟକ ପରିବେଶ ସହିତ ସାମାଜିକ ଦାୟିତ୍ୱବୋଧତା, ମାନବିକ ମୂଲ୍ୟବୋଧତା ଏବଂ ସାମାଜିକ ପ୍ରତିବଦ୍ଧତା ର ଭାବନା ହେତୁ ଏହି ଅନୁଷ୍ଠାନଟି ରାଜ୍ୟର ପ୍ରମୁଖ ଆଇ.ଟି.ଆଇ. ମାନଙ୍କ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି |

ଏକ ସମର୍ପିତ ପ୍ରଶିକ୍ଷକ ମଣ୍ଡଳୀ ଦ୍ୱାରା ଏଠାରେ ଆମେ ପ୍ରଶିକ୍ଷାର୍ଥୀଙ୍କ ବ୍ୟାବହରିକ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଇଥାଉ | ଏଠାକାର ଶିକ୍ଷା ପ୍ରଣାଳୀ, ପ୍ରଶିକ୍ଷାର୍ଥୀଙ୍କୁ ସୈଦ୍ଧାନ୍ତିକ ଜ୍ଞାନ ଆହରଣ ତଥା ତାର ନିର୍ବାହନ ପାଇଁ ଉପଯୁକ୍ତ କୌଶଳ ପ୍ରାପ୍ତ କରିବାରେ ବିଶେଷ ଭାବେ ସହାୟକ ହୋଇଥାଏ | ପ୍ରଶିକ୍ଷାର୍ଥୀଙ୍କ ଚିନ୍ତନ ଶୈଳୀ, ବିଶ୍ଳେଷଣ କ୍ଷମତା, ଔଦ୍ୟୋଗିକ କୁଶଳତା, ପାରସ୍ପରିକ କୁଶଳତା, ଯୋଗାଯୋଗ କୁଶଳତା ଓ ସର୍ବୋପରି ଜୀବନ ଯିଇବାର କୁଶଳତା ଆଦିରେ ଉନ୍ନତିକୁ ସୁନିଶ୍ଚିତ କରିବା ପାଇଁ ଆମେ ଆମ ଅନୁଷ୍ଠାନର କ୍ରମାଗତ ଭାବେ ସମୀକ୍ଷା ଜାରି ରଖିଛୁ | ଔଦ୍ୟୋଗିକ ପରିଭ୍ରମଣ ଏବଂ କ୍ୟାମ୍ପସ୍‌ ଚୟନ ଲାଗି ଅନେକ ଉଦ୍ୟୋଗ ସହିତ ଆମେ ସମ୍ପର୍କ ସ୍ଥାପନ କରିଛୁ | ନିଜର ଲୁକ୍କାୟିତ ପ୍ରତିଭାକୁ ପ୍ରଦର୍ଶନ କରିବା ଲାଗି ଏଠାରେ ଅନେକ ପ୍ରକାରର କ୍ରୀଡା ତଥା ଖେଳକୁଦ ଆଦିର ଯଥେଷ୍ଟ ସୁଯୋଗ ପ୍ରଦାନ କରାଯାଇଥାଏ | ପ୍ରଶିକ୍ଷାର୍ଥୀଟିଏ କେବଳ ଯେ ଜଣେ କୁଶଳୀ ବୈଷୟିକ ବ୍ୟକ୍ତିତ୍ୱ ହେବ ତା ନୁହେଁ, ବରଂ ସେ ଯେପରି ଏହି ଦେଶର ଏକ ସୁଯୋଗ୍ୟ ନାଗରିକ ହୋଇପାରିବ, ତାହା ଏଠାରେ ଆମେ ନିଶ୍ଚୟ କରିଥାଉ|

ଆମ ଏ ଅନୁଷ୍ଠାନକୁ ଆସି ଥରେ ବୁଲି ଆମର ଏହି ମହାନ କାର୍ଯ୍ୟରେ ଆମକୁ ଉତ୍ସାହିତ କରିବା ଲାଗି ଏହି ଅନୁଷ୍ଠାନର ମୂଖ୍ୟରୂପେ ମୁଁ ସମସ୍ତଙ୍କୁ ସାଦର ଆମନ୍ତ୍ରଣ କରୁଅଛି |

ଡଃ. ଶୁଭଙ୍ଗ କିଶୋର ଦାସ

ଅଧ୍ୟକ୍ଷ, ଟି.ଟି.ଆଇ, ତକତପୁର, ବାରିପଦା

Type in
Details available only for Indian languages
Settings
Help
Indian language typing help
View Detailed Help