ଆମ ଅନୁଷ୍ଠାନ

ଆମ ଅନୁଷ୍ଠାନଟି ଆଇଏସଓ ୯୦୦୧: ୨୦୧୫ ସ୍ବୀକୃତିପ୍ରାପ୍ତ ପ୍ରତିଷ୍ଠାନ। ଏହା ୧୬ଟି ଟ୍ରେଡରେ ୫୧ଟି ୟୁନିଟକୁ ନେଇ ଗଢିଉଠିଛି ଏବଂ ଡିଆଇସି ଦ୍ବାରା ପଞ୍ଜିକୃତ ହୋଇଛି। ୭୯୦୦ ବର୍ଗ ମିଟର ପରିମିତ ଜମିରେ ପ୍ରତିଷ୍ଠା ହୋଇଥିବେଳେ ୫୮ ପ୍ରତିଶତ ଆଦିବାସୀ ଛାତ୍ରଛାତ୍ରୀ ତାଲିମ ନେଉଛନ୍ତି।

iso certificate

ଏହା ଉତ୍ତର ଓଡିଶାର ଏକ ସର୍ବପୁରାତନ ସରକାରୀ ବୈଷୟିକ ତାଲିମ ଅନୁଷ୍ଠାନ ଭାବେ ଜଣାଶୁଣା | ମୟୂରଭଂଜ ଜିଲ୍ଲାର ସଦର ମହକୁମା ବାରିପଦାଠାରେ ୧୯୫୭ ମସିହାରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନଟିରେ NCVT ଦ୍ୱାରା ସ୍ୱୀକୃତିପ୍ରାପ୍ତ ୧୫ଟି ବିଭାଗ ତଥା SCTEVT ଦ୍ୱାରା ସ୍ବୀକୃଟିପ୍ରାପ୍ତ ୧ଟି ବିଭାଗରେ ବୈଷୟିକ ତାଲିମ ଦିଆଯାଇଥାଏ |

୨୯.୩ ଏକର ପରିମୀତ କ୍ଷେତ୍ରରେ ବିସ୍ତୃତ ଆମ ଅନୁଷ୍ଠାନଟି ବାରିପଦା ସହରାଞ୍ଚଳଠାରୁ ୫ କି.ମି ତଥା ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ଅତି ନିକଟରେ ଅବସ୍ଥିତ | ୧୦୦ରୁ ଉର୍ଦ୍ଧ୍ୱ କର୍ମଚାରୀ ଆମ ଅନୁଷ୍ଠାନରେ କାର୍ଯ୍ୟରତ ତଥା ୭୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏଠାରେ ପ୍ରତିବର୍ଷ ଅଧ୍ୟୟନ କରିବାକୁ ଏଡ୍‌ମିଶନ ନେଇଥାଆନ୍ତି|

ଆମ ଅଧ୍ୟକ୍ଷଙ୍କ ଅଭିଜ୍ଞତାସମୃଦ୍ଧ ପରିଚାଳନା କାରଣରୁ ଏହି ଅନୁଷ୍ଠାନଟି ମୟୂରଭଂଜର ସବୁଠାରୁ ସଫଳ ଆଇ.ଟି.ଆଇ ଭାବେ ନିଜକୁ ପରିଚିତ କରେଇବାରେ ସକ୍ଷମ ହୋଇପାରିଛି | ଆମ ଅନୁଷ୍ଠାନଟି ଭାରତ ସରକାରଙ୍କ NCVT, Delhi ଦ୍ୱାରା D. G. E & T No. 6/15/4/89-TC ଦ୍ୱାରା ତଥା ଓଡିଶା ସରକାରଙ୍କ SCTEVT ଦ୍ୱାରା ଅନୁମୋଦିତ ହୋଇଛି |

Type in
Details available only for Indian languages
Settings
Help
Indian language typing help
View Detailed Help