ମୂଖ୍ୟମନ୍ତ୍ରୀଙ୍କ ଦ୍ୱାରା SKILLED-IN- ODISHA ଲୋଗୋ ଉନ୍ମୋଚିତ

୧୯ ଅପ୍ରେଲ ୨୦୧୮- ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସଚିବାଳୟଠାରେ ଓଡିଶା ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଦକ୍ଷତା ବିକାଶ କାର୍ଯ୍ୟକ୍ରମ “ସ୍କିଲ୍ଡ ଇନ୍ ଓଡିଶା” ର ଲୋଗୋ କୁ ଉନ୍ମୋଚନ କରିଛନ୍ତି | ଆସନ୍ତା ଅପ୍ରେଲ ୨୮-୩୦ ପର୍ଯ୍ୟନ୍ତ ଭୁବନେଶ୍ୱର ଓ କଟକ ରେ ହେବାକୁ ଥିବା ଦକ୍ଷତା ପ୍ରତିଯୋଗିତାରେ ଏତେ ସଂଖ୍ୟକ ଯୁବ ପ୍ରତିଭାଙ୍କର ଆଗ୍ରହକୁ ଦେଖି ସେ ଖୁସି ପ୍ରକଟ କରି କହିଛନ୍ତି କି ଏହିଭଳି କାର୍ଯ୍ୟକ୍ରମ ଦ୍ୱାରା ଯୁବବର୍ଗଙ୍କୁ ଅଧିକରୁ ଅଧିକ ସୁଯୋଗ ପ୍ରଦାନ କରିବାରେ ତଥା ସେମାନଙ୍କ ଦକ୍ଷତା ବିକାଶ କରିବାରେ ସାହାଯ୍ୟ କରିବ |

ମୂଖ୍ୟମନ୍ତ୍ରୀ କହିଲେ କି “ଆମର ଏହି ଅଭିଯାନ-ସ୍କିଲ୍ଡ ଇନ୍ ଓଡିଶା” ବିଶ୍ୱସ୍ତରରେ ଦକ୍ଷତା ବିକାଶ ତାଲିମ କ୍ଷେତ୍ରରେ ଏକ ମାନକ ଭାବେ ପ୍ରସିଦ୍ଧି ଲାଭ କରିବ | ଏହି ଅବସରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓ.ଏସ୍‌.ଡି.ଏ) କୁ ଏହି ଅଭିଯାନର ବ୍ରାଣ୍ଡ-ପରିଚୟ ଆଣିଥିବାରୁ ଅଭିନନ୍ଦନ ଜଣାଇ ସେ କହିଥିଲେ କି ଏହା ଯୁବମୟ ତଥା ବିଶ୍ୱସ୍ତରୀୟ ଅଟେ | ଏହି ଲୋଗୋ କୁ ବନେଇବାରେ ଅଗ୍ରଣୀ ଭୂମିକା ରଖିଥିବା ଆଇ.ଟି.ଆଇ. ଛାତ୍ର-ଛାତ୍ରୀଙ୍କୁ ମଧ୍ୟ ସେ ଶୁଭେଚ୍ଛା ଜଣାଇଥିଲେ |

ଏହି ଅବସରରେ ସେ “ଦକ୍ଷ ନଗରୀ-ଭୁବନେଶ୍ୱର” ର ମାନଚିତ୍ର କୁ ଉନ୍ମୋଚନ କରିବା ପୂର୍ବକ ଏହି ମହାନ ଚିନ୍ତାଧାରାକୁ ପ୍ରଶଂସା କରି କହିଥିଲେ କି ଏହାଦ୍ୱାରା ସମଗ୍ର ବିଶ୍ବର ଧ୍ୟାନ ଆମ ରାଜ୍ୟ ରେ ଉପଲବ୍ଧ ଥିବା ଦକ୍ଷ ମାନବ ସମ୍ବଳ ଆଡକୁ ଆକର୍ଷିତ ହେବ ତଥା ଏହା ଫଳରେ ସୃଷ୍ଟି ହେଉଥିବା ନିଯୁକ୍ତି ସୁଯୋଗ ଫଳରେ ସରକାରଙ୍କ ସ୍ୱପ୍ନ “ସ୍କିଲ୍ଡ ଇନ୍‌ ଓଡିଶା” ଅଭିଯାନରେ ଏହା ଏକ କେନ୍ଦ୍ରୀୟ ଭୂମିକା ଗ୍ରହଣ କରିବ |

Type in
Details available only for Indian languages
Settings
Help
Indian language typing help
View Detailed Help