ଅଧ୍ୟକ୍ଷଙ୍କ ବାର୍ତ୍ତା

ଟି.ଟି.ଆଇ. ତକତପୁର: ବୈଷୟିକ ତଥା ପାରମ୍ପରିକ ଶିକ୍ଷାର ଏକ ଉନ୍ନତ ସମ୍ମିଶ୍ରଣ | ଜଣେ ପ୍ରକୃତ ନେତା ହିଁ ତୁମକୁ ପ୍ରେରିତ କରିପାରିଥାଏ, ଏକ ଅଦମ୍ୟ ଇଚ୍ଛା ହିଁ ତୁମକୁ କଳ୍ପନା କରେଇ ପାରିଥାଏ, ସଠିକ ମନୋଭାବ ଭରା ଏକ ଶୁଦ୍ଧ ମସ୍ତିଷ୍ମ ହିଁ କିଛି ଅଭିନବ କରିପାରିଥାଏ, ଏକ ଶୁଦ୍ଧ ଜ୍ଞାନ ହିଁ ତୁମକୁ କିଛି ଆବିଷ୍କାର କରିବାରେ ସାମର୍ଥ୍ୟ ଦେଇଥାଏ ତଥା ପ୍ରକୃତ ଦକ୍ଷତା ହିଁ ତାହାକୁ କାର୍ଯ୍ୟକ୍ଷମ କରେଇଥାଏ |

ଡଃ. ଶୁଭଙ୍ଗ କିଶୋର ଦାସ
ପି.ଏଚ୍‌.ଡି. (କଂପ୍ୟୂଟର୍‌ ସାଇନ୍ସ୍‌)

ସମ୍ପୂର୍ଣ୍ଣ ତଥ୍ୟ

ସମ୍ବାଦ ଏବଂ ଘଟଣାବଳୀ

ଆଦର୍ଶ ସଫଳ ବ୍ୟକ୍ତିତ୍ୱ ସମୂହ

ବୁଦ୍ଧଦେବ ଭଂଜ
ବୁଦ୍ଧଦେବ ଭଂଜ | ଫିଟର୍‌

ପାଞ୍ଚ ସନ୍ତାନ ବିଶିଷ୍ଟ ତାଙ୍କ ପିତା ଜଣେ ସୁନାମଧନ୍ୟ ସଂଗୀତକାର ଥିଲେ | ସେ ନିଜ ପିତାଙ୍କର କନିଷ୍ଠତମ ସନ୍ତାନ ଅଟନ୍ତି | ୧୯୮୨ ରେ ସେ ଫିଟର୍‌ ଟ୍ରେଡ୍‌ ରେ ଆମ ଅନୁଷ୍ଠାନରୁ ଆଇ.ଟି.ଆଇ ପାସ୍‌ କରି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ର ସ୍ୱ-ରୋଜଗାର ଯୋଜନା ବଳରେ ଟ୨୫୦୦.୦୦ ଋଣ ଆଣି ନିଜର ଏକ ଫେବ୍ରିକେଶନ ୟୁନିଟ୍‌ ଆରମ୍ଭ କରିଥିଲେ | ବର୍ତ୍ତମାନ ଟ୨୦,୦୦,୦୦୦.୦୦ ବାର୍ଷିକ ଆୟଯୁକ୍ତ ତାଙ୍କର ସେହି ୟୁନିଟ୍‌ ରେ ୧୦-୧୨ ପରିବାର କାମ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି |

ନିଯୁକ୍ତିଦାତା ଙ୍କ ନାମ ଓ ଠିକଣା:ବୁଦ୍ଧଦେବ ଭଂଜ, GEETA ENGINEERING WORKS, Mob.-9437218201
ପଦବୀ:ମାଲିକ
ବର୍ଷ: ୧୯୮୨

ସୁନୀତା ପାତ୍ର
ସୁନୀତା ପାତ୍ର | ଇଲେକ୍ଟ୍ରୋନିକ ମେକାନିକ

ତାଙ୍କ ବାପା ଜଣେ କନିଷ୍ଠ କିରାଣୀ ଏବଂ ତାଙ୍କର ୩ ଝିଅ ଓ ଗୋଟିଏ ପୁଅ ଅଛନ୍ତି | ସେ ତାଙ୍କ ବାପା ମାଆଙ୍କର ଦ୍ୱିତୀୟ ସନ୍ତାନ | ସେ ୨୦୦୯ ରେ ଆମ ଅନୁଷ୍ଠାନରୁ ଇଲେକ୍ଟ୍ରୋନିକ ମେକାନିକ ଟ୍ରେଡ୍‌ରେ ପାସ୍‌ କରି ଏବେ OPTCL ରେ ସେମି ସ୍କିଲ୍ଡ୍‌ ଆସିଷ୍ଟେଣ୍ଟ ଭାବେ ମାସିକ ବେତନ ଟ ୧୭,୦୦୦ ପାଉଅଛନ୍ତି |

ନିଯୁକ୍ତିଦାତା ଙ୍କ ନାମ ଓ ଠିକଣା:ସୁନୀତା ପାତ୍ର, OPTCL
ପଦବୀ:Semi-Skilled Assistant
ବର୍ଷ: ୨୦୦୯

ଆଦିତ୍ୟ ପରିଡା
ଆଦିତ୍ୟ ପରିଡା | ଫିଟର୍‌

ତାଙ୍କ ବାପା ଜଣେ ରାଜମିସ୍ତ୍ରୀ ଏବଂ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି | ଆଦିତ୍ୟ ନିଜ ମଉସାଙ୍କର ଆର୍ଥିକ ସାହାଯ୍ୟରେ ୨୦୧୦ ରେ ଆମ ଅନୁଷ୍ଠାନରୁ ଫିଟର୍‌ ତ୍ରେଡ୍‌ରେ ଆଇ.ଟି.ଆଇ. ପାସ୍‌ କରି ଏବେ ଜି.ସି.ଏପ୍‌ (ଓର୍ଡେନ୍ସ), ଜବଲପୁରରେ ମାସିକ ଟ.୩୨,୦୦୦.୦୦ ବେତନ ରେ କାର୍ଯ୍ୟରତ |

ନିଯୁକ୍ତିଦାତା ଙ୍କ ନାମ ଓ ଠିକଣା:ଜି.ସି.ଏଫ୍‌., ଜବଲପୁର (ଓର୍ଡେନ୍ସ)
ବର୍ଷ: ୨୦୧୦

ସ୍ୱାଗତିକା ସେଠୀ
ସ୍ୱାଗତିକା ସେଠୀ | ଇଲେକ୍ଟ୍ରୋନିକ ମେକାନିକ

ତାଙ୍କ ବାପା ଏକ ଆଇ.ଟି.ଆଇ. ରେ ପ୍ରଶିକ୍ଷକରୂପେ ଅବସର ଗ୍ରହଣ କରିସାରିଛନ୍ତି | ସ୍ୱାଗତିକା ୨୦୦୬ ରେ ଇଲେକ୍ଟ୍ରୋନିକ ମେକାନିକ ଟ୍ରେଡ୍‌ରେ ଆମ ଅନୁଷ୍ଠାନରୁ ପାସ୍‌ କଲାପରେ ଏବେ ମାସିକ ଟ.୭,୦୦୦.୦୦ ଙ୍କା ବେତନରେ ଭଦ୍ରକସ୍ଥ SESCO ରେ JTT ଭାବେ କାମକରି ନିଜ ବାପାଙ୍କୁ ସାହାଯ୍ୟ କରୁଛନ୍ତି |

ନିଯୁକ୍ତିଦାତା ଙ୍କ ନାମ ଓ ଠିକଣା:SESCO Grid, ଭଦ୍ରକ
ପଦବୀ:JTT
ବର୍ଷ: ୨୦୦୬

ରାଜୁ ହେମ୍ବ୍ରମ
ରାଜୁ ହେମ୍ବ୍ରମ | ଫିଟର୍‌

ଜଣେ ଗରିବ ଚାଷୀର ୩ ପୁଅଙ୍କ ମଧ୍ୟରେ ସେ ହେଉଛନ୍ତି ବଡ ପୁଅ| ସେ ଫିଟର୍‌ ଟ୍ରେଡ୍‌ ରେ ଆମ ଅନୁଷ୍ଠାନରୁ ୨୦୧୦ ରେ ପାସ୍‌ କରି ଏବେ ମଧ୍ୟପ୍ରଦେଶ ର ଜବଲପୁରସ୍ଥ ଓର୍ଡେନ୍ସ ଫ୍ୟାକ୍ଟ୍ରି ରେ ମାସିକ ଟ.୩୨,୦୦୦.୦୦ ଙ୍କା ରେ କାର୍ଯ୍ୟରତ

ନିଯୁକ୍ତିଦାତା ଙ୍କ ନାମ ଓ ଠିକଣା:ଓର୍ଡେନ୍ସ ଫ୍ୟାକ୍ଟ୍ରି , ମଧ୍ୟପ୍ରଦେଶ ର ଜବଲପୁର
ବର୍ଷ: ୨୦୧୦

ମହେଶ୍ୱର ମଲ୍ଲିକ
ମହେଶ୍ୱର ମଲ୍ଲିକ | ଫିଟର୍‌

ସେ ୨୦୧୨-୨୦୧୪ ପର୍ଯ୍ୟନ୍ତ ଏହି ଅନୁଷ୍ଠାନରେ ଏକ ଫିଟର୍‌ ଟ୍ରେଡ୍‌ରେ ପ୍ରଶିକ୍ଷଣ ନେଲାପରେ ଏବେ ବାଙ୍ଗାଲୋର୍‌ସ୍ଥିତ ଏଟୋମିକ୍‌ ରିସର୍ଚ୍ଚ ସେଣ୍ଟର୍‌ ର ଆଣବିକ ଶକ୍ତି କ୍ଷେତ୍ରରେ ଏକ ଉଜ୍ଜ୍ୱଳ ଭବିଷ୍ୟସହ ଆକର୍ଷକ ଦରମା ପାଇ ଚାକିରୀ କରୁଛନ୍ତି |

ନିଯୁକ୍ତିଦାତା ଙ୍କ ନାମ ଓ ଠିକଣା:ଏଟୋମିକ୍‌ ରିସର୍ଚ୍ଚ ସେଣ୍ଟର୍‌, ବାଙ୍ଗାଲୋର
ବର୍ଷ: ୨୦୧୪

ସତ୍ୟବ୍ରତ ବେହେରା
ସତ୍ୟବ୍ରତ ବେହେରା | ଫିଟର୍‌

ସେ ଏହି ଅନୁଷ୍ଠାନରେ ୨୦୦୪-୨୦୦୬ ଯାଏଁ ଫିଟର ଟ୍ରେଡ୍‌ରେ ତାଲିମ ନେଲାପରେ ୨୦୦୬ ରେ ନାଲକୋ ରେ ଆପ୍ରେଣ୍ଟାଇସିପ୍‌ କରିଲେ ଏବଂ ସେହିଠାରେ ହିଁ ସେ ଭାଇଜାଗ୍‌ ଷ୍ଟିଲ୍‌ ପ୍ଲାଣ୍ଟରେ ନିଯୁକ୍ତି ସୁଯୋଗ ଲାଭ କଲେ| ବର୍ତ୍ତମାନ ସମୟରେ ମାସିକ ସେ ଟ.୪୦,୦୦୦.୦୦ ଙ୍କା ଆୟ କରିବା ସହ ନିଜ ପର ପିଢୀ ପାଇଁ ଜଣେ ସଫଳ ବ୍ୟକ୍ତିତ୍ୱ ହୋଇପାରିଛନ୍ତି ତଥା ସଠିକ ଦିଗରେ ଅଦମ୍ୟ ଉତ୍ସାହ ସହ କାମ କରିଲେ ଯେ ଦିନେ ସଫଳତା ମିଳିଥାଏ, ତାହା ପ୍ରମାଣିତ କରି ପାରିଛନ୍ତି |

ନିଯୁକ୍ତିଦାତା ଙ୍କ ନାମ ଓ ଠିକଣା:ଭାଇଜାଗ୍‌ ଷ୍ଟିଲ୍‌ ପ୍ଲାଣ୍ଟ୍‌, ଭାଇଜାଗ୍‌
ବର୍ଷ: ୨୦୦୬

ଅନୁଷ୍ଠାନ ସମ୍ବନ୍ଧରେ ପଦେ

ଆମ ଅନୁଷ୍ଠାନଟି ଆଇଏସଓ ୯୦୦୧: ୨୦୧୫ ସ୍ବୀକୃତିପ୍ରାପ୍ତ ପ୍ରତିଷ୍ଠାନ। ଏହା ୧୬ଟି ଟ୍ରେଡରେ ୫୧ଟି ୟୁନିଟକୁ ନେଇ ଗଢିଉଠିଛି ଏବଂ ଡିଆଇସି ଦ୍ବାରା ପଞ୍ଜିକୃତ ହୋଇଛି। ୭୯୦୦ ବର୍ଗ ମିଟର ପରିମିତ ଜମିରେ ପ୍ରତିଷ୍ଠା ହୋଇଥିବେଳେ ୫୮ ପ୍ରତିଶତ ଆଦିବାସୀ ଛାତ୍ରଛାତ୍ରୀ ତାଲିମ ନେଉଛନ୍ତି।

ଏହା ଉତ୍ତର ଓଡିଶାର ଏକ ସର୍ବପୁରାତନ ସରକାରୀ ବୈଷୟିକ ତାଲିମ ଅନୁଷ୍ଠାନ ଭାବେ ଜଣାଶୁଣା | ମୟୂରଭଂଜ ଜିଲ୍ଲାର ସଦର ମହକୁମା ବାରିପଦାଠାରେ ୧୯୫୭ ମସିହାରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନଟିରେ NCVT ଦ୍ୱାରା ସ୍ୱୀକୃତିପ୍ରାପ୍ତ ୧୫ଟି ବିଭାଗ ତଥା SCTEVT ଦ୍ୱାରା ସ୍ବୀକୃଟିପ୍ରାପ୍ତ ୧ଟି ବିଭାଗରେ ବୈଷୟିକ ତାଲିମ ଦିଆଯାଇଥାଏ |

୨୯.୩ ଏକର ପରିମୀତ କ୍ଷେତ୍ରରେ ବିସ୍ତୃତ ଆମ ଅନୁଷ୍ଠାନଟି ବାରିପଦା ସହରାଞ୍ଚଳଠାରୁ ୫ କି.ମି ତଥା ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ଅତି ନିକଟରେ ଅବସ୍ଥିତ | ୧୦୦ରୁ ଉର୍ଦ୍ଧ୍ୱ କର୍ମଚାରୀ ଆମ ଅନୁଷ୍ଠାନରେ କାର୍ଯ୍ୟରତ ତଥା ୭୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏଠାରେ ପ୍ରତିବର୍ଷ ଅଧ୍ୟୟନ କରିବାକୁ ଏଡ୍‌ମିଶନ ନେଇଥାଆନ୍ତି|

ଆମ ଅଧ୍ୟକ୍ଷଙ୍କ ଅଭିଜ୍ଞତାସମୃଦ୍ଧ ପରିଚାଳନା କାରଣରୁ ଏହି ଅନୁଷ୍ଠାନଟି ମୟୂରଭଂଜର ସବୁଠାରୁ ସଫଳ ଆଇ.ଟି.ଆଇ ଭାବେ ନିଜକୁ ପରିଚିତ କରେଇବାରେ ସକ୍ଷମ ହୋଇପାରିଛି | ଆମ ଅନୁଷ୍ଠାନଟି ଭାରତ ସରକାରଙ୍କ NCVT, Delhi ଦ୍ୱାରା D. G. E & T No. 6/15/4/89-TC ଦ୍ୱାରା ତଥା ଓଡିଶା ସରକାରଙ୍କ SCTEVT…

ସମ୍ପୂର୍ଣ୍ଣ ତଥ୍ୟ

ଆମର ଅଭିଯାନ

ଗୁଣଯୁକ୍ତ କୌଶଳସମୂହ ସାହାଯ୍ୟରେ ପୂର୍ଣ୍ଣାଙ୍ଗ ସମୃଦ୍ଧି ପ୍ରାପ୍ତ କରିବା, ଛାତ୍ର/ଛାତ୍ରୀଙ୍କୁ ନିଜ ନିଜର କୌଶଳକୁ ଚିହ୍ନିବା ଲାଗି ସଶକ୍ତ କରିବା ଓ ଏକ ସମର୍ପୀତ ଶିକ୍ଷକ ସମୂହ ତଥା ଏକ ଉପଯୁକ୍ତ ଯନ୍ତ୍ରପାତିଯୁକ୍ତ ପରିବେଶ ମାଧ୍ୟମରେ ଏଥିରେ କ୍ରମାଗତ ବିକାଶ କରେଇବା, ପାରସ୍ପରିକ ଲାଭଦାୟୀ ତଥା ଗଠନମୂଳକ କଥାବାର୍ତ୍ତା ମାଧ୍ୟମରେ ଉଦ୍ୟୋଗ-ଅନୁଷ୍ଠାନ ମଧ୍ୟରେ ଥିବା ସମ୍ପର୍କରେ ଉନ୍ନତି କରି ପରସ୍ପରର ପ୍ରଗତିରେ ସାମିଲ ହେବା, ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମୟାନୁବର୍ତ୍ତିତା, ନୈତିକତା,...

ସମ୍ପୂର୍ଣ୍ଣ ତଥ୍ୟ

ଆମର ଲକ୍ଷ୍ୟ

ତକତପୁର ଆଇ.ଟି.ଆଇ ରେ ଆମେ ଆମର ସମର୍ପିତ କର୍ମଚାରୀଙ୍କ ମାଧ୍ୟମରେ ଭବିଷ୍ୟାନୁକୁଳୀ ଶିଳ୍ପକାରଙ୍କ ପ୍ରଶିକ୍ଷଣ ତଥା ସେମାନଙ୍କ ମଧ୍ୟରେ ଉଚ୍ଚ ଅନୁଶାସନ ସ୍ଥାପନ କରିବା ଲାଗି ସଦା ଚେଷ୍ଟିତ ଏବଂ ସେମାନଙ୍କୁ ନୂଆ ଚିନ୍ତା, ନୂଆ ଆବିଷ୍କାର କରିବା ପାଇଁ ପ୍ରେରଣା ଦେଇଥାଉ, ଯଦ୍ଦ୍ୱାରା ସେମାନେ ବିଶ୍ୱସ୍ତରୀୟ ଯୋଗ୍ୟତା ହାସଲ ପୂର୍ବକ ନୈତିକରୂପେ ଶୃଙ୍ଖଳିତ ହୋଇପାରିବେ ଏବଂ ପରବର୍ତ୍ତୀ ସମୟରେ ମାନବ ଜାତିର ଜୀବନ ଶୈଳୀରେ ଉନ୍ନତି ଆଣିବାରେ ସଫଳ...

ସମ୍ପୂର୍ଣ୍ଣ ତଥ୍ୟ

ସୂଚନା ଫଳକ

କ୍ୟାମ୍ପସ୍‌ ସୂଚନା
ସମ୍ପୂର୍ଣ୍ଣ ତଥ୍ୟ
ଆପ୍‌ରେଣ୍ଟାଇସିପ୍‌ ସୂଚନା
ସମ୍ପୂର୍ଣ୍ଣ ତଥ୍ୟ
ଟେଣ୍ଡର୍‌ ସୂଚନା
ସମ୍ପୂର୍ଣ୍ଣ ତଥ୍ୟ
ଆଡ୍‌ମିଶନ୍‌ ସୂଚନା
ସମ୍ପୂର୍ଣ୍ଣ ତଥ୍ୟ
Type in
Details available only for Indian languages
Settings
Help
Indian language typing help
View Detailed Help