ଟି.ଟି.ଆଇ. ତକତପୁର: ବୈଷୟିକ ତଥା ପାରମ୍ପରିକ ଶିକ୍ଷାର ଏକ ଉନ୍ନତ ସମ୍ମିଶ୍ରଣ | ଜଣେ ପ୍ରକୃତ ନେତା ହିଁ ତୁମକୁ ପ୍ରେରିତ କରିପାରିଥାଏ, ଏକ ଅଦମ୍ୟ ଇଚ୍ଛା ହିଁ ତୁମକୁ କଳ୍ପନା କରେଇ ପାରିଥାଏ, ସଠିକ ମନୋଭାବ ଭରା ଏକ ଶୁଦ୍ଧ ମସ୍ତିଷ୍ମ ହିଁ କିଛି ଅଭିନବ କରିପାରିଥାଏ, ଏକ ଶୁଦ୍ଧ ଜ୍ଞାନ ହିଁ ତୁମକୁ କିଛି ଆବିଷ୍କାର କରିବାରେ ସାମର୍ଥ୍ୟ ଦେଇଥାଏ ତଥା ପ୍ରକୃତ ଦକ୍ଷତା ହିଁ ତାହାକୁ କାର୍ଯ୍ୟକ୍ଷମ କରେଇଥାଏ |
ଡଃ. ଶୁଭଙ୍ଗ କିଶୋର ଦାସ
ପି.ଏଚ୍.ଡି. (କଂପ୍ୟୂଟର୍ ସାଇନ୍ସ୍)
ଆମ ଅନୁଷ୍ଠାନଟି ଆଇଏସଓ ୯୦୦୧: ୨୦୧୫ ସ୍ବୀକୃତିପ୍ରାପ୍ତ ପ୍ରତିଷ୍ଠାନ। ଏହା ୧୬ଟି ଟ୍ରେଡରେ ୫୧ଟି ୟୁନିଟକୁ ନେଇ ଗଢିଉଠିଛି ଏବଂ ଡିଆଇସି ଦ୍ବାରା ପଞ୍ଜିକୃତ ହୋଇଛି। ୭୯୦୦ ବର୍ଗ ମିଟର ପରିମିତ ଜମିରେ ପ୍ରତିଷ୍ଠା ହୋଇଥିବେଳେ ୫୮ ପ୍ରତିଶତ ଆଦିବାସୀ ଛାତ୍ରଛାତ୍ରୀ ତାଲିମ ନେଉଛନ୍ତି।
ଏହା ଉତ୍ତର ଓଡିଶାର ଏକ ସର୍ବପୁରାତନ ସରକାରୀ ବୈଷୟିକ ତାଲିମ ଅନୁଷ୍ଠାନ ଭାବେ ଜଣାଶୁଣା | ମୟୂରଭଂଜ ଜିଲ୍ଲାର ସଦର ମହକୁମା ବାରିପଦାଠାରେ ୧୯୫୭ ମସିହାରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନଟିରେ NCVT ଦ୍ୱାରା ସ୍ୱୀକୃତିପ୍ରାପ୍ତ ୧୫ଟି ବିଭାଗ ତଥା SCTEVT ଦ୍ୱାରା ସ୍ବୀକୃଟିପ୍ରାପ୍ତ ୧ଟି ବିଭାଗରେ ବୈଷୟିକ ତାଲିମ ଦିଆଯାଇଥାଏ |
୨୯.୩ ଏକର ପରିମୀତ କ୍ଷେତ୍ରରେ ବିସ୍ତୃତ ଆମ ଅନୁଷ୍ଠାନଟି ବାରିପଦା ସହରାଞ୍ଚଳଠାରୁ ୫ କି.ମି ତଥା ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ଅତି ନିକଟରେ ଅବସ୍ଥିତ | ୧୦୦ରୁ ଉର୍ଦ୍ଧ୍ୱ କର୍ମଚାରୀ ଆମ ଅନୁଷ୍ଠାନରେ କାର୍ଯ୍ୟରତ ତଥା ୭୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏଠାରେ ପ୍ରତିବର୍ଷ ଅଧ୍ୟୟନ କରିବାକୁ ଏଡ୍ମିଶନ ନେଇଥାଆନ୍ତି|
ଆମ ଅଧ୍ୟକ୍ଷଙ୍କ ଅଭିଜ୍ଞତାସମୃଦ୍ଧ ପରିଚାଳନା କାରଣରୁ ଏହି ଅନୁଷ୍ଠାନଟି ମୟୂରଭଂଜର ସବୁଠାରୁ ସଫଳ ଆଇ.ଟି.ଆଇ ଭାବେ ନିଜକୁ ପରିଚିତ କରେଇବାରେ ସକ୍ଷମ ହୋଇପାରିଛି | ଆମ ଅନୁଷ୍ଠାନଟି ଭାରତ ସରକାରଙ୍କ NCVT, Delhi ଦ୍ୱାରା D. G. E & T No. 6/15/4/89-TC ଦ୍ୱାରା ତଥା ଓଡିଶା ସରକାରଙ୍କ SCTEVT…
ସମ୍ପୂର୍ଣ୍ଣ ତଥ୍ୟଗୁଣଯୁକ୍ତ କୌଶଳସମୂହ ସାହାଯ୍ୟରେ ପୂର୍ଣ୍ଣାଙ୍ଗ ସମୃଦ୍ଧି ପ୍ରାପ୍ତ କରିବା, ଛାତ୍ର/ଛାତ୍ରୀଙ୍କୁ ନିଜ ନିଜର କୌଶଳକୁ ଚିହ୍ନିବା ଲାଗି ସଶକ୍ତ କରିବା ଓ ଏକ ସମର୍ପୀତ ଶିକ୍ଷକ ସମୂହ ତଥା ଏକ ଉପଯୁକ୍ତ ଯନ୍ତ୍ରପାତିଯୁକ୍ତ ପରିବେଶ ମାଧ୍ୟମରେ ଏଥିରେ କ୍ରମାଗତ ବିକାଶ କରେଇବା, ପାରସ୍ପରିକ ଲାଭଦାୟୀ ତଥା ଗଠନମୂଳକ କଥାବାର୍ତ୍ତା ମାଧ୍ୟମରେ ଉଦ୍ୟୋଗ-ଅନୁଷ୍ଠାନ ମଧ୍ୟରେ ଥିବା ସମ୍ପର୍କରେ ଉନ୍ନତି କରି ପରସ୍ପରର ପ୍ରଗତିରେ ସାମିଲ ହେବା, ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମୟାନୁବର୍ତ୍ତିତା, ନୈତିକତା,...
ସମ୍ପୂର୍ଣ୍ଣ ତଥ୍ୟତକତପୁର ଆଇ.ଟି.ଆଇ ରେ ଆମେ ଆମର ସମର୍ପିତ କର୍ମଚାରୀଙ୍କ ମାଧ୍ୟମରେ ଭବିଷ୍ୟାନୁକୁଳୀ ଶିଳ୍ପକାରଙ୍କ ପ୍ରଶିକ୍ଷଣ ତଥା ସେମାନଙ୍କ ମଧ୍ୟରେ ଉଚ୍ଚ ଅନୁଶାସନ ସ୍ଥାପନ କରିବା ଲାଗି ସଦା ଚେଷ୍ଟିତ ଏବଂ ସେମାନଙ୍କୁ ନୂଆ ଚିନ୍ତା, ନୂଆ ଆବିଷ୍କାର କରିବା ପାଇଁ ପ୍ରେରଣା ଦେଇଥାଉ, ଯଦ୍ଦ୍ୱାରା ସେମାନେ ବିଶ୍ୱସ୍ତରୀୟ ଯୋଗ୍ୟତା ହାସଲ ପୂର୍ବକ ନୈତିକରୂପେ ଶୃଙ୍ଖଳିତ ହୋଇପାରିବେ ଏବଂ ପରବର୍ତ୍ତୀ ସମୟରେ ମାନବ ଜାତିର ଜୀବନ ଶୈଳୀରେ ଉନ୍ନତି ଆଣିବାରେ ସଫଳ...
ସମ୍ପୂର୍ଣ୍ଣ ତଥ୍ୟ